ବଜ୍ରପାତରେ ୫ ଗୋରୁ ମୃତ

ଦିଗପହଣ୍ଡି/ପାଟପୁର,୨୨୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତର ମାର୍ଥାପୁର ଗ୍ରାମ ନିକଟରେ ଗୁରୁବାର ବଜ୍ରପାତ ହେବାରୁ ପୋଡ଼ାମାରି ଗ୍ରାମର ରିଙ୍ଗା ଗୌଡ଼ଙ୍କ ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ରିଙ୍ଗା ଓ ତାଙ୍କ ପୁଅ ବଇଁଶୀ ମିଶି ଗୋରୁ ଚରାଇବା ପାଇଁ ମାର୍ଥାପୁର ଗ୍ରାମର ଖୋଲା ପଡିଆକୁ ଯାଇଥିଲେ। ଏହି ସମୟରେ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା। ଗୋରୁଙ୍କୁ ନେଇ ଗାଁକୁ ଫେରୁଥିବା ବେଳେ ବାଟରେ ବଜ୍ରପାତ ଘଟି ୫ ଗୋରୁଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୋଡ଼ାମାରି ଗ୍ରାମ ରାଜସ୍ବ ନିରୀକ୍ଷକ ଆଦିତ୍ୟ ସେନାପତି ଓ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Share