୫ କୋଟିର ବ୍ୟାଙ୍କ ଠକେଇ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ ହୋଇଛି। ସୁଧମୂଳ ମିଶି ୫ କୋଟି ଟଙ୍କାକୁ ଆଦାୟ କରିବାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡିଛନ୍ତି। ଅଭିଯୁକ୍ତ ବନ୍ଧକ ରଖିଥିବା ପ୍ଲଟ୍‌ଗୁଡ଼ିକୁ ଜବତ ପାଇଁ ଯିବାବେଳେ ଅଧିକାରୀମାନେ ଖୋଜିଖୋଜି ନୟାନ୍ତ ହୋଇଛନ୍ତି। ୪ଟି ପ୍ଲଟ୍‌ରେ ଚନ୍ଦକାସ୍ଥିତ ଝୁମୁକା କେନାଲ ଯାଇଥିବାବେଳେ ବାକି ୨ଟି ପ୍ଲଟକୁ ବିକ୍ରି କରିଦିଆଯାଇଛି। ଶେଷରେ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଛନ୍ତି। ବ୍ୟାଙ୍କ୍‌ ମ୍ୟାନେଜର ଅସୀତ କୁମାର ପାଢୀଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁରେ ମାମଲା (ନଂ.୫/୨୦) ରୁଜୁ ହୋଇଛି। ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଇଓଡବ୍ଲ୍ୟୁ ଅଧିକାରୀମାନେ ଚଢ଼ାଉ ଆରମ୍ଭ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ନରେନ୍ଦ୍ର କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କର ଡମଣା ଛକ ନିକଟରେ ଆର.କେ. ଟିମ୍ବର ଡିପୋ ରହିଛି। ଏଥିପାଇଁ ବିଭିନ୍ନ ମେଶିନ କିଣିବାକୁ ନରେନ୍ଦ୍ର ୨୦୦୯ ମେ’ ୧୧ରେ ଜନପଥରେ ଥିବା ଏକ ବ୍ୟାଙ୍କ୍‌ରେ ୮୦ଲକ୍ଷ ଟଙ୍କା ଲୋନ୍‌ ଆବେଦନ କରିଥିଲେ। ଲୋନ୍‌ ପାଇଁ ସ୍ତ୍ରୀ ଜୟନ୍ତୀ ସାହୁଙ୍କ ନାମରେ ଚନ୍ଦକାରେ ଥିବା ୬ଟି ପ୍ଲଟ୍‌କୁ ବନ୍ଧକ ରଖିବା ସହ ତାଙ୍କୁ ମଧ୍ୟ ଗ୍ୟାରେଣ୍ଟର୍‌ ରଖିଥିଲେ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ କାଗପତ୍ର ଯାଞ୍ଚ କରିବା ପରେ ମେ ୧୫ରେ ଲୋନ୍‌ ମଞ୍ଜୁର କରିଥିଲେ। ମେ ୨୦ରୁ ଜୁନ୍‌ ୨୩ ମଧ୍ୟରେ ବ୍ୟାଙ୍କ୍‌ ନରେନ୍ଦ୍ରଙ୍କୁ ସମସ୍ତ ଲୋନ୍‌ ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ନେବାର ବର୍ଷକ ପରେ ମଧ୍ୟ ଚୁକ୍ତି ଅନୁଯାୟୀ ନରେନ୍ଦ୍ର ବ୍ୟାଙ୍କ୍‌କୁ କିସ୍ତି ଟଙ୍କା ଦେଇ ନ ଥିଲେ। ବ୍ୟାଙ୍କ୍‌ ତାଙ୍କୁ ନୋଟିସ କରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇ ନ ଥିଲେ। ଶେଷରେ ବ୍ୟାଙ୍କ୍‌ ଉକ୍ତ ଲୋନ୍‌କୁ ଏମ୍‌ପିଏ ଘୋଷଣା କରିବା ସହ ୨୦୧୨ରେ ଟ୍ରିବ୍ୟୁନାଲକୁ ଯାଇଥିଲା। ଉକ୍ତ ଲୋନ୍‌ ଏଗ୍ରିମେଣ୍ଟକୁ ପରଖିବା ପରେ ଟ୍ରିବ୍ୟୁନାଲ ନରେନ୍ଦ୍ର ବନ୍ଧକ ରଖିଥିବା ଜମିକୁ ନିଜ ହେପାଜତକୁ ଆଣି ନିଲାମ କରି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସେସବୁ ଜମିକୁ ନିଜ ହେପାଜତକୁ ନେବା ପାଇଁ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତ କରିଥିଲେ। ଆଇନଜୀବୀ ଜଣକ ଜମି ଜବତ ପାଇଁ ଚନ୍ଦକା ଯାଇ ଯାହା ଦେଖିଲେ ତାହା ତାଙ୍କୁ ଚକିତ କରିଦେଇଥିଲା। ବନ୍ଧକ ଜମିର ୪ଟି ପ୍ଲଟରେ ଝୁମୁକା କେନାଲ ଯାଇଥିଲା। ସେସବୁ ଜମିର କାଗଜପତ୍ର ଯାଞ୍ଚବେଳେ ଜଣାପଡିଛି ଯେ, ନରେନ୍ଦ୍ର ଉକ୍ତ ୪ ପ୍ଲଟ୍‌କୁ ଝୁମୁକା କେନାଲ ପାଇଁ ସରକାରଙ୍କୁ ଦେଇ ଟଙ୍କା ପାଇଛନ୍ତି। ବାକି ୨ଟି ପ୍ଲଟକୁ ନରେନ୍ଦ୍ର ୨୦୧୧ ଅକ୍ଟୋବରରେ ବିକ୍ରି କରିଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri