Categories: ବାଣିଜ୍ୟ

ଭିଏସ୍‌ବି ପକ୍ଷରୁ ୫ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ, ୧୪ା୯: ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନେଲୋଜି- ଆନ୍ଧ୍ର ପ୍ରଦେଶ ବା ଭିଆଇଟି-ଏପିର ଏକାଡେମିକ୍‌ ରିସର୍ଚ୍ଚ ଅଫିସ୍‌ ସହ ମିଳିତ ଭାବେ ଭିଆଇଟି-ଏପି ସ୍କୁଲ ଅଫ୍‌ ବିଜ୍‌ନେସ୍‌ (ଭିଏସ୍‌ବି) ପକ୍ଷରୁ ଉଚ୍ଚ ପ୍ରଭାବଶାଳୀ ପତ୍ରିକାରେ ଗବେଷଣାତ୍ମକ ଲେଖା ଓ ପ୍ରକାଶନ ସମ୍ବନ୍ଧୀୟ ୫ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀ ଚଳିତ ବର୍ଷ ସେପ୍ଟେମ୍ବର ୧୩ ରୁ ୧୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ଭିଏସ୍‌ବି ପକ୍ଷରୁ କୁହାଯାଇଛି। ଏହି ଅବସରରେ ଭିଭ୍‌ସଫ୍ଟ ଟେକ୍ନୋଲୋଜି (ଯୁକ୍ତରାଷ୍ଟ୍ର ଆମେରିକା)ର ସିଇଓ ଗୁନାଲାନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଭିଆଇଟି-ଏପି ବିଶ୍ୱବିଦ୍ୟାଳୟର କୁଳପତି ଡ. ଏସ୍‌.ଭି. କୋଟା ରେଡ୍ଡୀ କହିଛନ୍ତି, ଭିଆଇଟି-ଏପି ବିଶ୍ୱବିଦ୍ୟାଳୟରେ ଜାରି ରହିଥିବା ଗବେଷଣାତ୍ମକ ସଂସ୍କୃତି ବିଷୟରେ ବିସ୍ତୃତ ଭାବେ ସେ ବର୍ଣ୍ଣନା କରିଥିଲେ ଏବଂ ଅନୁଷ୍ଠାନର ଦୂରଦୃଷ୍ଟି ଯୋଗୁ ରାଜ୍ୟର ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ନଂ. ୧ରେ ସ୍ଥାନିତ ହୋଇପାରିଛି। ଅନ୍ୟମାନଙ୍କ ମଧ୍ୟରେ ଭିଆଇଟି-ଏପିର ଡିନ୍‌ ଏକାଡେମିକ୍‌ ରିସର୍ଚ୍ଚ ଡ. ରବୀନ୍ଦ୍ର ଧୂଲି, ଗବେଷଣା ଉପରେ ବେଶ୍‌ ଗୁରୁତ୍ୱାରୋପ କରିଥିଲେ। ସମ୍ମିଳନୀ ପ୍ରାରମ୍ଭରେ ଭିଏସ୍‌ବିର ଆସୋସିଏଟ୍‌ ଡିନ୍‌ ଡ. ରାଘବେନ୍ଦ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଡ. ଅରୁଣ କୁମାର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ଉକ୍ତ ସମ୍ମିଳନୀରେ ଭାରତ ସମେତ ୭ଟି ଦେଶରୁ ୩୦୦ରୁ ଅଧିକ ଅନୁସନ୍ଧାନକାରୀ(ଗବେଷଣା) ଯୋଗ ଦେଇଥିଲେ। ଭିଆଇଟି-ଏପି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଜଗଦୀଶ ଏମ୍‌ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।

Share