୫ ଦିନ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ,୧୨ା୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ଶଟ୍‌ଡାଉନ୍‌ କରାଯାଇଛି। ଗୁରୁବାର ଅର୍ଥାତ୍‌ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ। ୧୮ରୁ ହାଇକୋର୍ଟ ପୁଣି ଥରେ ଚାଲୁ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାନୁୟାରୀ ୧୮ରୁ ଫେବୃୟାରୀ ୪ ପର୍ଯ୍ୟନ୍ତ ହାଇକୋର୍ଟ ଦୁଇ ଡିଭିଜନ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଏହି ସମୟ ମଧ୍ୟରେ ସ୍ଥଗିତ ରହିଥିବା ମାମଲାର ଶୁଣାଣି ଫେବୃୟାରୀ ୭ରୁ ତାଲିକାଭୁକ୍ତ ହେବ।

Share