ନୂଆପଡ଼ା ଅଫିସ,୨।୪: ୫ ଦିନ ହେଲା ନୂଆପଡା ଜିଲାର ବିଭିନ୍ନ ଙ୍ଗଲରେ ନିଆଁ ଜଳୁଛି। ଗ୍ରାମ୍ୟ ଜଙ୍ଗଲଠାରୁ ଆରମ୍ଭ କରି ଛୋଟବଡ ପାହାଡରେ ନିଆଁ ଲାଗି ସାରିଲାଣି। ପାହାଡ ତଳି ଗାଁରେ ନିଆଁ ଲାଗିବା ସମ୍ଭାବନା ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନ ବିଭାଗ ନିଆଁ ଆୟତ୍ତ କରିବାରେ ନାକେଦମ ହୋଇଗଲାଣି। ନିଆଁ ଲିଭିବାର ନଁା ନେଉନି। ବନ ବିଭାଗ ନିଆଁ ଲିଭାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ଅନ୍ୟପକ୍ଷେ ନିଆଁ ଲିଭାଇବା ପାଇଁ କୋମନା ରେଞ୍ଜରେ ୧୦, ସୁନାବେଡା ରେଞ୍ଜରେ ୧୦, ନୂଆପଡା ରେଞ୍ଜରେ ୧୦ ମୋଟ ୩୦ଟି ଦଳ ନିୟୋଜିତ କରାଯାଇଛି।