Categories: ଜାତୀୟ

ଜିପ୍‌ -ଲୋରୀ ମଧ୍ୟରେ ମୁହାଁମୁହିଁ ଧକ୍କା: ୫ ମୃତ, ୧୧ ଆହତ

ଅମରାବତୀ,୧୫।୯: ଆନ୍ଧ୍ରପ୍ରଦେଶର ଅନ୍ନାମାୟା ଜିଲାରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜିପ୍‌ -ଲୋରୀ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି।

ଗୁରୁତରଙ୍କୁ ତିରୁପତି ରୁଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଅଧିକାରୀ କହିଛନ୍ତି , ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୂଚନାଯୋଗ୍ୟ, ଲୋରୀ କୁଡପ୍ପା ଠାରୁ ଚିତୋରକୁ ଯାଉଥିବାବେଳେ ୧୬ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଜିପ୍‌ଟି କର୍ନାଟକର ତିରୁମାଳାଠାରୁ ବେଲାଗାଭିକୁ ଫେରୁଥିଲା। ସେହି ସମୟରେ ଉଭୟ ଗାଡି ଦୁର୍ଘଟଣାର ଶିକାର ହୋଇଥିଲେ।

Share