ହନ୍ତାଳଗୁଡ଼ା ଘାଟିରୁ ତଳକୁ ଖସିଲା ଗାଡ଼ି, ୫ ମୃତ, ୩ ଗୁରୁତର

ଚିତ୍ରକୋଣ୍ଡା,୨୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସିମେଣ୍ଟ ରଡ଼ ବୋଝେଇ ଟିପ୍ପର ଗାଡ଼ି ହନ୍ତାଳଗୁଡ଼ା ଘାଟି ଦେଇ ଯାଉଥିବା ସମୟରେ ଗାଡ଼ିଟି ତଳକୁ ଖସିପଡ଼ିଥିଲା। ଗାଡ଼ିରେ ୧୬ ଜଣ ଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ରହିଛନ୍ତି। ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଯୋଡ଼ାମ୍ବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ପଡ଼ିଥିବା ବେଳେ ଗାଡିରେ ଥିବା ଶ୍ରମିକମାନଙ୍କ ସିମେଣ୍ଟ ଓ ରଡ ମଧ୍ୟରେ ଚାପି ହୋଇଯାଇଥିଲା।

Share