ମୋରାଦାବାଦ,୨୭।୮: ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଗୁରୁବାର ରାତିରେ ବିବାହ ଚାଲୁଥିବା ବେଳେ ଏକ ୩ ମହଲା ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨ ମହିଳା ଓ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ବିଲ୍ଡିଂରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ସହାୟତା ପାଇଁ ଆଗକୁ ଆସିଥିଲେ। ସ୍ଥାନୀୟ ଲୋକେ ଉକ୍ତ ବିଲ୍ଡିଂରୁ ୭ ଜଣଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ୫ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଶର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଛି।