Categories: ଜାତୀୟ

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୫ ଜଣ

ଆଗ୍ରା,୧୭।୩: ସେପ୍ଟିକ ଟ୍ୟାଙ୍କରେ ବୁଡ଼ି ପ୍ରାଣ ହରାଇଛନ୍ତି ୩ ଭାଇଙ୍କ ସମେତ ୫ ଜଣ। ଏଭଳି ହୃଦୟ ବିଦାରକ ଘଟଣା ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ ପ୍ରତାପପୁରା ଗ୍ରାମରେ ଘଟିଛି। ଫତେହାବାଦ ଥାନାର ବରିଷ୍ଠ ପୋଲିସ ଅଧିକରୀ ବାବଲୁ କୁମାରଙ୍କ ଅନୁଯାୟୀ, ଖେଳିଲାବେଳେ ସେପ୍ଟିକ ଟ୍ୟାଙ୍କରେ ଖସି ପଡ଼ିଥିଲେ ୧୦ ବର୍ଷୀୟ ଅନୁରାଗ । ତାଙ୍କୁ ବଞ୍ଚାଇବାକୁ ଯାଇ ସୋନୁ (୨୫), ରାମ ଖିଲାଡି, ହରିମୋହନ (୧୬) ଓ ଅବିନାଶ (୧୨) ପ୍ରାଣ ହରାଇଥିଲେ ।

ହରିମୋହନ, ଅବିନାଶ ଓ ଅନୁରାଗ ଭାଇ ଥିଲେ। ସେମାନଙ୍କୁ ପାଣି ଟାଙ୍କିରୁ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ ଗାଁ ଲୋକେ। ହେଲେ ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Share