ଜାକର୍ତ୍ତା,୨୭।୨ : ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଛି। ସୋମବାର ମାତ୍ର ୧ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ଥ ଭୂକମ୍ପ ହୋଇଥିଲା। ଏସବୁର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରୁ ୪.୫ ପର୍ଯ୍ୟନ୍ତ ଥିଲା। କୁହାଯାଉଛି ଯେ ଗୋଟିଏ ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୫.୫ ଥିଲା ଏବଂ ଏହାର କେନ୍ଦ୍ର ଭୂଗର୍ଭ ଭିତରେ ୧୨ କିଲୋମିଟର ତଳେ ଥିଲା। ଏହି ଭୂକମ୍ପରେ ଧନଜୀବନ ହାନୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
ବିଳମ୍ବିତ ରାତି ପ୍ରାୟ ୧ଟା ୨୬ ମିନିଟରେ ସୁଲାୱେସିରେ ଏହି ଭୂକମ୍ପ ଘଟିଥିଲା।
ଘରେ ରାତିରେ ଶୋଇଥିବା ଲୋକେ ଭୂକମ୍ପ ଯୋଗୁ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ରାତି ସାରା ଲୋକେ ଭୟରେ ରାସ୍ତାରେ ବିତାଇଥିଲେ।