Categories: ଜାତୀୟ

ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ: ଚାଲିଗଲା ୫ କର୍ମଚାରୀଙ୍କ ଜୀବନ

ମାଙ୍ଗାଲୋର,୧୮।୪: କର୍ନାଟକର ଏକ ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ ଘଟିଛି। ଅଣନିଃଶ୍ୱାସୀ ହୋଇ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ।

ମାଙ୍ଗାଲୋର ପୋଲିସ କମିଶନର ଏନ୍‌. ଶଶୀ କୁମାର ସୂଚନା ମୁତାବକ, ଜଣେ ଶ୍ରମିକ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଟ୍ୟାଙ୍କ ଭିତରେ ଖସିପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ମଧ୍ୟ ଟ୍ୟାଙ୍କ ଭିତରକୁ ପଶିଥିଲେ। ହେଲେ ସେମାନେ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ପୋଲିସ ୟୁନିଟ୍‌ର ପରିଚାଳକଙ୍କ ବିରୋଧରେ ୩୦୪ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share