ଭାଜପାରୁ ୫ ବହିଷ୍କୃତ

ଭୁବନେଶ୍ୱର, ୧୪ା୨(ବ୍ୟୁରୋ): ଭାଜପାର ଜିଲା ସଭାପତିମାନଙ୍କ ସୁପାରିସ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳ ବିରୋଧୀ କାର୍ଯ୍ୟ ଲାଗି ଦଳରୁ କେତେଜଣଙ୍କୁ ବହିଷ୍କୃତ କରାଯାଇଛି। କିଛିଦିନ ତଳେ ଦଳ ତରଫରୁ ପୁରୀ ଜିଲାର କେତେଜଣ ଏବଂ ଅନ୍ୟ ଜିଲାର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଥିଲା। ରବିବାର ଦଳ ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭଦ୍ରକର ରାମଚନ୍ଦ୍ର ଦାସ, ଜୟରାମ ମୁଦୁଲି, ସୁବାସ ମୁଦୁଲି ଏବଂ ପ୍ରତାପ ଦାସଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସେହିପରି ସମାନ ଅଭିଯୋଗ ଦର୍ଶାଇ ଗଞ୍ଜାମ ଜିଲା ଘୁମୁସୁରର ନିରଞ୍ଜନ ସ୍ବାଇଁଙ୍କୁ ମଧ୍ୟ ଦଳ ବହିଷ୍କୃତ କରିଛି।

Share