ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜରେ ବୁଡିରହିଥିବା ବ୍ଲାକ୍ରୋଜ ଜାହାଜ ଯୋଗୁ ସୋମବାର ଦୁର୍ଘଟଣା ଘଟିଛି। ମା’ ମିନୁ ନାମକ ମାଛଧରା ବୋଟ୍ ମାଛଧରା ବନ୍ଦରକୁ ଫେରିବା ବେଳେ ଜାହାଜରେ ପିଟିହୋଇ ବୁଡିଯାଇଛି। ଫଳରେ ବୋଟ୍ରେ ଥିବା ୭ ମସ୍ୟଜୀବୀ ସମୁଦ୍ରରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ନିକଟରେ ଥିବା ଅନ୍ୟ ମାଛଧରା ବୋଟ୍ ଉଦ୍ଧାର କରିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ୨ ଜଣ ନିଖୋଜ ଥିବା ବୋଟ୍ ମାଲିକ ସରୋଜ ପ୍ରଧାନଙ୍କ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ୨୦୦୯ ସେପ୍ଟେମ୍ବର ୯ରେ ବ୍ଲାକ୍ରୋଜ ପାଣିତଳେ ବୁଡ଼ିରହିଛି। ଗତ୧୧ବର୍ଷ ମଧ୍ୟରେ ଏହା ଦ୍ବିତୀୟ ଘଟଣା।