ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍ ବଲ୍ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଖେଳାଳିମାନେ ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ବିହାରର ଦରଭଙ୍ଗା ଜିଲା ଠାରେ ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲାରୁ ଦଳରେ ସାମିଲ ହୋଇଥିବା ଖେଳାଳି ମାନେ ହେଲେ ରୌନକ କୁମାର ମିଶ୍ର, ଚନ୍ଦନ ପାତ୍ର, ତୁଷାର ମାଇତି, ଲକ୍ଷ୍ମୀଧର ମହାରଣା, ଆଦିତ୍ୟ ନାୟକ। ଭଦ୍ରକ ଜିଲା ଟେନିସ୍ ବଲ ସଂଘର ସମ୍ପାଦକ ଦେବବ୍ରତ ଜେନା, ସଭାପତି ଜ୍ଞାନେନ୍ଦ୍ର ମହାନ୍ତି, ଉପସଭାପତି ମନୋଜ ଦାସ, କୋଷାଧ୍ୟକ୍ଷ ସାହିଦ୍ ଖାନ୍, କ୍ରୀଡ଼ା ପ୍ରଶିକ୍ଷକ ମନୋଜ କୁମାର ସାହୁ ଖେଳାଳିଙ୍କ ସଫଳତା କାମନା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।