ରବିବାର ଖୋଲାଯିବ ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌

ସମ୍ବଲପୁର,୨୨।୭: ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୪. ୩୩ ଫୁଟରେ ପହଞ୍ଚିଛି । ଡ୍ୟାମକୁ ସେକେଣ୍ଡକୁ ୯୧ ହଜାର ୨୪୦ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୩୯ ହଜାର ୫୮୨ ଘନଫୁଟ ଜଳ ନିଷ୍କାସିତ ହେଉଛି।