ଭାରତୀୟଙ୍କୁ ୫ ଗ୍ରାମୀ ଆଓ୍ବାର୍ଡ

ନୂଆଦିଲ୍ଲୀ,୬।୨(ପି.ଟି.): ଲସ୍‌ ଏଞ୍ଜେଲସ୍‌ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍‌, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ ସର୍ବାଧିକ ୩ଟି ଗ୍ରାମୀ ପୁରସ୍କାର ମିଳିଥିବାବେଳେ ରାକେଶ ୨ଟି ପାଇଛନ୍ତି। ଗାୟକ ଶଙ୍କର ମହାଦେବନ, ଭାଓଲିନ୍‌ ବାଦକ ଗଣେଶ ରାଜଗୋପାଳନ ଏବଂ ଡ୍ରମ୍‌ ବାଦକ ସେଲ୍‌ଭାଗଣେଶ ବିନୟାକ୍ରମ, ଫ୍ୟୁଜନ ଗ୍ରୁପ୍‌ ଶକ୍ତିରେ ହୁସେନ୍‌ଙ୍କ ସହଯୋଗୀ ଗୋଟିଏ ଲେଖାଏ ଗ୍ରାମୀ ପୁରସ୍କାର ପାଇଛନ୍ତି।
‘ଦିସ୍‌ ମୋମେଣ୍ଟ’ ସଙ୍ଗୀତ ପାଇଁ ଫ୍ୟୁଜନ ବ୍ୟାଣ୍ଡ୍‌ ଶକ୍ତିକୁ ଶ୍ରେଷ୍ଠ ଗ୍ଲୋବାଲ୍‌ ମ୍ୟୁଜିକ୍‌ ଆଲ୍‌ବମ୍‌ ବିଭାଗରେ ଗ୍ରାମୀ ପୁରସ୍କାର ମିଳିଛି। ଉକ୍ତ ଆଲ୍‌ବମ୍‌ରେ ୪ ଭାରତୀୟଙ୍କ ସମେତ ବ୍ରିଟିଶ ଗିଟାରିଷ୍ଟ ଜନ୍‌ ମାକ୍‌ଲୁଘ୍ଲିନ୍‌ ରହିଛନ୍ତି। ୨୦୨୩ ଜୁନ୍‌ରେ ମୁକ୍ତିଲାଭ କରିଥିବା ‘ଦିସ୍‌ ମୋମେଣ୍ଟ’ ଶକ୍ତି ଗ୍ରୁପ୍‌ର ପ୍ରଥମ ଷ୍ଟୁଡିଓ ଆଲ୍‌ବମ୍‌ ଥିଲା। ଶକ୍ତି ପାଇଁ ପୁରସ୍କାର ସମେତ ହୁସେନ୍‌ଙ୍କୁ ‘ପାଷ୍ଟୋ’ରେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସଙ୍ଗୀତ ପରିବେଷଣ ଏବଂ ‘ଆଜ୍‌ ଓ୍ବି ସ୍ପିକ୍‌’ ଶ୍ରେଷ୍ଠ ସମସାମୟିକ ବାଦ୍ୟଯନ୍ତ୍ର ଆଲବମ୍‌ ପାଇଁ ଗ୍ରାମୀ ପୁରସ୍କାର ମିଳିଛି। ସେହିପରି କିମ୍ବଦନ୍ତୀ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ପୁତୁରା ରାକେଶ ଚୌରାସିଆ ପାଷ୍ଟୋ ଏବଂ ଆଜ୍‌ ଓ୍ବି ସ୍ପିକ୍‌ ପାଇଁ ୨ଟି ପୁରସ୍କାର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri