Categories: ଜାତୀୟ

୫ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ସୁପାରିସ

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କଲେଜିୟମ୍‌ ବୈଠକ ମଙ୍ଗଳବାର ବସି ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିସ କରାଯାଇଛି। ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ପଙ୍କଜ ମିଥାଲ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ ଏବଂ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ପି.ଭି. ସଞ୍ଜୟ କୁମାରଙ୍କୁ ସର୍ବୋଚ୍ଚ ଅଦାଲତ ବିଚାରପତି ଭାବେ ପଦୋନ୍ନତି ପାଇଁ କଲେଜିୟମ ସୁପାରିସ କରିଛି। ଏହା ବ୍ୟତୀତ ପାଟନା ହାଇକୋର୍ଟ ବିଚାରପତି ଅସାନୁଦ୍ଦିନ ଅମନୁଲ୍ଲା ଏବଂ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଲାଗି ସୁପାରିସ କରାଯାଇଛି। ସୋମବାର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ।

Share