ଜଙ୍ଗଲ ଜମିରେ ଭିତରକନିକାର ୫ ହୋଟେଲ

ରାଜନଗର, ୧୦।୭(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ଓ ଖାଇବା ପାଇଁ ଜାତୀୟ ଉଦ୍ୟାନ ଭିତରେ ବନ ବିଭାଗର ରିସର୍ଟ ଓ କାଫେ ରହିଥିବାବେଳେ ବାହାରେ ହୋମଷ୍ଟେ ଓ ହୋଟେଲ ଗଢ଼ି ଉଠିଛି। ଜଙ୍ଗଲ ଜମିରେ ହୋଟେଲ ନିର୍ମାଣକୁ ନେଇ ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡ଼ା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲାସ୍ତରୀୟ ବନ ମହୋତ୍ସବରେ ଯୋଗଦେବାକୁ ଗୁପ୍ତି ଆସିଥିବା ବେଳେ ଭିତରକନିକାରେ ଜଙ୍ଗଲ ଜମିରେ ହୋଟେଲ ଗଢ଼ି ଉଠିଥିବା ଅଭିଯୋଗ କରାଯାଇଥିଲା। ବନ ଓ ରାଜସ୍ବ ବିଭାଗ ମିଳିତ ଭାବେ ତଦନ୍ତ କଲା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ମିଳିତ ତଦନ୍ତ ସହ ମାପଚୁପ୍‌ କରାଯାଇଥିଲା। ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି, ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ଏସିଏଫ୍‌ ମାନସ କୁମାର ଦାସ, ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ଆଇଆଇସି ଅଜୟ କୁମାର ଜେନାଙ୍କ ସହ ପୋଲିସ ଫୋର୍ସ ଉପସ୍ଥିତିରେ ତଦନ୍ତ ସହ ମାପ୍‌ଚୁପ୍‌ କରାଯାଇଛି। ତଦନ୍ତ ସମୟରେ ୬ଟି ହୋଟେଲ ମଧ୍ୟରୁ ୫ଟି ଜଙ୍ଗଲ ଜମିରେ ଥିବା ଜଣାପଡିଛି। ସ୍ବାଦ୍‌ ହୋଟେଲ ସ୍ଥିତିବାନ ଜମିରେ ରହିଛି। ଏହାକୁ ଲାଗି ଥିବା ପୋଖରୀ ଓ ପାର୍କ ସରକାରୀ ଓ ଜଙ୍ଗଲ ଜମିରେ ରହିଥିବା ଜଣାପଡିଛି।
ଭିତରକନିକା ଜାତୀୟ ଉଦ୍ୟାନ ଗେଟ୍‌ ନିକଟରୁ ବ୍ୟାଙ୍କ ଛକ ଯାଏ ସମସ୍ତ ଜବରଦଖଲ ସମ୍ପର୍କରେ ତଦନ୍ତ କରାଯାଇଛି। ଗଢ଼ି ଉଠିଥିବା ୬ଟି ହୋଟେଲ ସମ୍ପର୍କରେ ତଦନ୍ତ କରାଯିବା ସହ ମାପଚୁପ କରାଯାଇଛି। ହୋଟେଲ ସତ୍ୟପ୍ରିୟ, ହୋଟେଲ ରେଡକ୍ରାବ, ହୋଟେଲ ଭିତରକନିକା, କନିକା ସୁନ୍ଦରୀ ରିସର୍ଟ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ତଦନ୍ତକାରୀ ଟିମ୍‌ର ତଦନ୍ତ ବେଳେ ସ୍ପଷ୍ଟ ହୋଇଛି। ଏହାବାଦ୍‌ ମ୍ୟାନଗ୍ରୁଭପିଟା ହୋମ ଷ୍ଟେର ଗୋଟିଏ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ସରକାରୀ ଜମିରେ ନିର୍ମାଣ ହୋଇଛି। ଏହି ୫ଟି ହୋଟେଲ ସମ୍ପୂର୍ଣ୍ଣ ଭାବେ ସରକାରୀ ଓ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାରୁ ତା’ର ମାପଚୁପ ଆବଶ୍ୟକତା ପଡ଼ି ନ ଥିଲା। ଭିତରକନିକା ମ୍ୟାନଗ୍ରୁଭ ହୋମ ଷ୍ଟେର ସମସ୍ତ ବିଲ୍ଡିଂ ନିଜସ୍ବ ପଟ୍ଟା ଜମିରେ ନିର୍ମାଣ ହୋଇଛି। ହୋଟେଲ ପଛରେ ଥିବା ଜଳାଶୟ ଓ ପାର୍କ ସରକାରୀ ଏବଂ ଜଙ୍ଗଲ ଜମିରେ ଥିବା ମାପଚୁପ ବେଳେ ଜଣାପଡିଛି। ଏ ସମ୍ପର୍କରେ ତହସିଲଦାର ଅଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ବାଙ୍କୁଆଳ ମୌଜାରେ ଥିବା ସମସ୍ତ ଜବରଦଖଲ ସମ୍ପର୍କରେ ରାଜସ୍ବ ଓ ବନ ବିଭାଗ ମିଳିତ ତଦନ୍ତ କରିଛି। ଏହି ଅଞ୍ଚଳରେ ଥିବା ୬ଟି ହୋଟେଲ ମଧ୍ୟରୁ ୫ଟି ହୋଟେଲ ଜଙ୍ଗଲ ଜମିରେ ନିର୍ମାଣ ହୋଇଛି। ହୋଟେଲ ସ୍ବାଦର ବିଲ୍ଡିଂ ସୂର୍ଯ୍ୟ ନାରାୟଣ ଲେଙ୍କାଙ୍କ ସ୍ଥିତିବାନ ସ୍ବତ୍ୱ ଉପରେ ନିର୍ମାଣ ହୋଇଛି। ହେଟେଲକୁ ଲାଗିଥିବା ପୋଖରୀ ଓ ପାର୍କ ଜଙ୍ଗଲ ଜମିରେ ରହିଛି ବୋଲି କହିଛନ୍ତି। ଏ ସମ୍ପର୍କରେ ସୂର୍ଯ୍ୟନାରାୟଣ ଲେଙ୍କାଙ୍କୁ ପଚାରିବାରେ ପୈତୃକ ଜମି ଉପରେ ସ୍ବାଦ୍‌ ହୋଟେଲ ଗଢି ଉଠିଛି। ହୋଟେଲ କରିବା ଲାଗି ବ୍ୟାଙ୍କରୁ ଋଣ କରିଛି। ଏହାକୁ ଲାଗି ଥିବା ପୋଖରୀ, ପାର୍କ ଜଙ୍ଗଲ ଜମିରେ ରହିଛି। ପ୍ରଶାସନ ପକ୍ଷରୁ ଯଦି କିଛି ପଦକ୍ଷେପ ନିଆଯିବ ତାହାକୁ ସ୍ବାଗତ କରିବୁ। ପୋଖରୀକୁ ବାଡ ବୁଜିବା ନେଇ ପଚାରିବାରେ ୨ ଥର ଏଥିରେ କୁମ୍ଭୀର ପଶିଛି, ତେଣୁ ବାଧ୍ୟ ହୋଇ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବାଡ ବୁଜାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri