ସୁନାବେଶ ନୀତିରେ ୫ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୯।୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ନୀତିକାନ୍ତିରେ ଗୁରୁବାର ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଏହି ବିଳମ୍ବ ହୋଇଥିବାବେଳେ ସହସ୍ରାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରି ନିରାଶରେ ଫେରିଛନ୍ତି।
ସୂଚନା ଅନୁଯାୟୀ, ସକାଳ ଧୂପ ୯ଟା ୪୦ରେ ସରିଥିଲା। ପୂର୍ବାହ୍ନ ୧୧ଟା ସୁଦ୍ଧା ଅନ୍ୟତମ ସୁନାବେଶ ଅର୍ଥାତ୍‌ ରାଜରାଜେଶ୍ୱର ବେଶ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ବେଶ ନେଇ ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଥିଲା। ଫଳରେ ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଅପରାହ୍ନ ପ୍ରାୟ ୫ଟାରେ ବେଶ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ସମ୍ପନ୍ନ ହୋଇଥିଲା। ରାତି ୮ଟା ଯାଏ ମହାପ୍ରସାଦ ବାହାରି ପାରି ନ ଥିଲା। ଦର୍ଶନାର୍ଥୀମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ନ କରି ଓ ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଥିଲେ। ନୀତିକାନ୍ତିରେ ବିଳମ୍ବ ହେବା ପରେ ସେବାୟତଙ୍କ ବିବାଦ ତୁଟାଇବା ପାଇଁ ଜିଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏହାପରେ ନୀତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ମହାପ୍ରଭୁଙ୍କ ବେଶ ଆରମ୍ଭ ବେଳେ ରତ୍ନବେଦି ଉପରେ ସଂଖ୍ୟାଧିକ ସିଂହାରୀ ସେବାୟତ ଚଢ଼ିବା ନେଇ ବିବାଦ ହୋଇଛି। ସିଂହାରୀ ପୁଷ୍ପାଳକ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ଦେଖା ଦେଇଛି। କେତେ ସଂଖ୍ୟକ ପୁଷ୍ପାଳକ ସେବାୟତ ରତ୍ନବେଦି ଉପରେ ଚଢ଼ିବେ ଓ କାହା ଅଧିକାରରେ କେଉଁ ଦାୟିତ୍ୱ ରହିଛି, ଏହି ପ୍ରସଙ୍ଗ ନେଇ ଦୁଇ ନିଯୋଗ ମଧ୍ୟରେ ସ୍ପଷ୍ଟତା ନାହିଁ। ତେବେ ବିବାଦ ଉପୁଜିବା ପରେ ପ୍ରଥମେ ବିବାଦ ତୁଟାଇ ନୀତି ଆରମ୍ଭ କରାଯାଇଛି। ଏହି ବିଳମ୍ବ ନେଇ ଦୁଇ ନିଯୋଗକୁ ରିପୋର୍ଟ ତଲବ ହେବ। ଦୁଇ ନିଯୋଗ ସହ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ସ୍ଥାୟୀ ସମାଧାନର ରାସ୍ତା ଖୋଜିବେ। କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ପରଠାରୁ ସବୁ ସ୍ବାଭାବିକ ଥିବା ବେଳେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରାଜରାଜେଶ୍ୱର ବେଶ ଦିନରେ ଏଭଳି ବିଳମ୍ବକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜରାଜେଶ୍ୱର ବେଶ ଦେଖିବାକୁ ଭୁବନେଶ୍ୱରରୁ ଆସିଥିବା ଦୀପକ ବେହେରା କହିଛନ୍ତି, ମଧ୍ୟାହ୍ନ ୧୨.୩୦ରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ମଧ୍ୟ ସୁନାବେଶ ଦେଖିବାର ସୁଯୋଗ ମିଳି ନ ଥିଲା। ପରେ ଶ୍ରୀମନ୍ଦିରରୁ ବାହାରି ଆସି ଅପରାହ୍ନ ୪ଟାରେ ପୁଣି ଥରେ ଯିବା ପାଇଁ ଆଗ୍ରହୀ ଥିଲୁ। ମାତ୍ର ସେତେବେଳ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇ ନ ଥିବା ଜାଣି ବାଧ୍ୟ ହୋଇ ବିନା ସୁନାବେଶ ଦର୍ଶନରେ ଘରକୁ ଫେରୁଛି। ସେହିଭଳି ସେ ମହାପ୍ରସାଦ ସେବନରୁ ବଞ୍ଚିତ ହୋଇଥିବା କଥା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ବିଳମ୍ବରେ ହେଉ ପଛେ ବେଶ ସରିବା ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ସନ୍ଧ୍ୟା ବେଳେ କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲା। ଅପେକ୍ଷାରେ ଥିବା ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ଗୁରୁବାର ଶ୍ରୀମନ୍ଦିର ହୁଣ୍ଡିରୁ ୬ ଲକ୍ଷ ୩୬ ହଜାର ୨୩୨ ଟଙ୍କା, ୧୫୦ ମିଲିଗ୍ରାମ ସୁନା ଓ ୪୫ ଗ୍ରାମ ୪ଶହ ମିଲିଗ୍ରାମ ରୁପା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଯୋଗାଣ ମନ୍ତ୍ରୀଙ୍କ ଗଞ୍ଜାମ ବ୍ଲକ ଗ୍ରସ୍ତ, ଛାନିଆ ହେଲେ ଅଧିକାରୀ

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ହଠାତ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରି ମଣ୍ଡି ପରିଦର୍ଶନ କରିଛନ୍ତି l ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତକୁ...

ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା...

ଗଞ୍ଜାମ ସମୁଦ୍ର ତଟରେ ଲାଗିଲା ବିରାଟକାୟ ଲୌହ ପିଣ୍ଡ, ଦେଖିବାକୁ ଲୋକଙ୍କ ଭିଡ଼

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର-ପୋଡମପେଟା ସମୁଦ୍ର କୂଳରେ ଏକ ଲୌହ ପିଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା l ଏହାକୁନେଇ ଭିନ୍ନ ମତ ପ୍ରକାଶ...

ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା...

ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ...

ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି

ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୨୪ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ତେଲକୋଇ ଥାନା...

ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର

କୋରୁକୋଣ୍ଡା,୨୪ା୨(ଶିବଦତ୍ତ ସାହୁ): ଆସନ୍ତା ୨୬ରେ ମହା ଶିବରାତ୍ରୀ (ଜାଗର )। ଏହି ଉପଲକ୍ଷେ ବାଲିମେଳା ସହର ସମେତେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image