କଡା ଆଇନ ପ୍ରସ୍ତୁତ କଲେ ସରକାର; ଡଷ୍ଟବିନରେ ପକାନ୍ତୁନି ଘରର ଏହି ୫ଟି ଜିନିଷ, ହୋଇପାରେ ଜେଲ

ଓ୍ବାଶିଂଟନ୍‌,୩।୧୦: ପୁନଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁକୁ କିପରି ରିସାଇକେଲିଂ କରାଯାଇ ପାରିବ ଏନେଇ ସଚେତନ କରାଯାଇଥାଏ। ତେବେ କିଛି ଜଣ ଏହାକୁ ନମାନି ଡଷ୍ଟିବନରେ ଏହି ଅଳିଆଗୁଡିକୁ ପକାଇ ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। କାରଣ ଆମ ଘରେ ଏପରି ଅନେକ ବର୍ଜ୍ୟବସ୍ତୁ ଅଛି ଯାହାର ରିସାଇକେଲିଂ କରିବାର ବିଭିନ୍ନ ପଦ୍ଧତି ଅଛି ଏବଂ ସେମାନଙ୍କୁ ସେପରି ଫିଙ୍ଗିବା ଉଚିତ ନୁହେଁ। ତେବେ ଆମେରକିାର କାଲିଫର୍ଣ୍ଣିଆ ପରି ସ୍ଥାନରେ ଅଳିଆ ଆବର୍ଜନା ପାଇଁ କଡା ଆଇନ ପ୍ରସ୍ତୁତ କରାଯାଇଛି। ଯଦି କେହି ଏହି ନିୟମ ନ ମାନେ ତେବେ ସେହି ନାଗରିକଙ୍କୁ ଜରିମାନା କିମ୍ବା ଜେଲ ମଧ୍ୟ ଯିବାକୁ ପଡିବ। ପ୍ରତିଟି ଘରେ ସହଜରେ ମିଳିଯାଉଥିବା ଏହି ୫ଟି ଜିନିଷ ଯଦି ଅଳିଆ ଭାବି ଆପଣ ପକାଇ ଦିଅନ୍ତି ତେବେ ଆପଣଙ୍କୁ ଜେଲ ହେବାର ନିୟମ ହୋଇଛି।

ବ୍ୟାଟେରୀ: ରିମୋଟ, ଘଣ୍ଟା, ଖେଳନା ଇତ୍ୟାଦିରେ ବ୍ୟବହୃତ ବ୍ୟାଟେରୀକୁ କେବେବି ଅଳିଆଗଦାରେ ପକାନ୍ତୁ ନାହିଁ। କାରଣ ଏହିପରି ଅନେକ ଜିନିଷ ଇ-ଆବର୍ଜନାର ଅଂଶ ଯାହା ପରିବେଶ ପାଇଁ ବହୁତ କ୍ଷତି କରିଥାଏ। ଏଗୁଡିକର ରାସାୟନିକ ପଦାର୍ଥ ବାହାରକୁ ଆସି ମାଟି ଏବଂ ଜଳକୁ ପ୍ରଦୂଷିତ କରିଥାଏ।

ଟିଭି କିମ୍ବା କମ୍ପ୍ୟୁଟର: ପ୍ଲାଷ୍ଟିକ, ସର୍କିଟ, ସର୍କିଟ ବୋର୍ଡ, ଗ୍ଲାସ, ଧାତୁ ଭଳି ଅନେକ ଜିନିଷ ଆପଣଙ୍କ ପୁରୁଣା ଟିଭି କିମ୍ବା କମ୍ପ୍ୟୁଟରରେ ଉପସ୍ଥିତ ଅଛି ଯେଉଁଥିପାଇଁ ପରିବେଶ ନଷ୍ଟ ହୋଇପାରେ। ତେବେ ଏହି ଦୁଇଟି ଜିନିଷକୁ ଅଳିଆଗଦାରେ ପକାଇବା ନିଷେଧ। ଭୁଲ କରୁଥିବା ବ୍ୟକ୍ତିଙ୍କୁ ୧୦୦ଡଲାର ଅର୍ଥାତ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ସ୍ମାର୍ଟଫୋନ କିମ୍ବା ଟାବଲେଟ: ପୁରୁଣା ସ୍ମାର୍ଟଫୋନ କିମ୍ବା ଟାବଲେଟରେ ଥିବା ବିଷାକ୍ତ କିମ୍ବା ଜ୍ୱଳନ୍ତ ପଦାର୍ଥ ପରିବେଶକୁ ଦୂଷିତ କରିଇାଏ ଏବଂ ଏହାଦ୍ୱାରା କେତେକ ସ୍ଥାନରେ ନିଆଁ ଲାଗିଯାଏ। ତେବେ ଏହାକୁ ଅଳିଆଗଦାରେ ପକାଇଲେ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ମୋଟର ତେଲ: ଯାନରେ ପଡୁଥିବା ତେଲ ତଥା ମୋଟର ତେଲ ମଧ୍ୟ ପରିବେଶ ପାଇଁ ବିପଦଜ୍ଜନକ ଅଟେ। ପଶୁମାନଙ୍କ ସହ ଏହା ଗଛ ଏବଂ ଉଦ୍ଭିଦକୁ କ୍ଷତି ପହଞ୍ଚାଇ ଥାଏ। ଆମେରିକାର ନିୟମ ଅନୁଯାୟୀ, ଯଦି କେହି ଏହି ତେଲକୁ ଅଳିଆଗଦାରେ ପକାନ୍ତି, ତେବେ ତାଙ୍କୁ ୫୦ ହଜାର ଡଲାର (୪୧ ଲକ୍ଷ ଟଙ୍କା) ଜରିମାନା କିମ୍ବା ୨ ବର୍ଷ କାରାଦଣ୍ଡ ହୋଇପାରେ।

ମାଇକ୍ରୋୱେଭ: ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ମାଇକ୍ରୋୱେଭ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଅନେକ ସ୍ଥାନରେ ଏହାକୁ ଇ-ଆବର୍ଜନା ଭାବରେ ବିବେଚନା କରାଯାଏ। ଏହାକୁ ଆମେରିକାରେ ଅଳିଆଗଦାରେ ପକାଇଲେ ଜରିମାନା ଦେବାକୁ ପଡିଥାଏ।

Share