Advertisement

କାଳବୈଶାଖୀର ତାଣ୍ଡବ: ଭୁଷୁଡିଲା ୫ ବଖରା

ପାଟଣା,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ନେଉଳୀପଶି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ୫ ବଖରା ଖପର ଘର ରବିବାର ବିଳମ୍ବିତ ରାତିରେ ଭୁଷୁଡି ପଡିଛି। ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ଖୁବ୍‌ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ସହ ଏହି ପରିବାରକୁ ଘର ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share