ଏହି ସୁନ୍ଦରୀଙ୍କ ଆଖିପତାରେ ୫ ଇଞ୍ଚର କେଶ…

ବେଜିଂ,୨୫।୪: ଆଖିପତାରେ ଥିବା କେଶ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣା ବୃଦ୍ଧି କରି ଦେଇଥାଏ। ମସ୍କରା ଲଗାଇ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଥାଏ। ସାଧାରଣତଃ ଆଖିପତାରେ ଥିବା କେଶ ଅଧ ସେଣ୍ଟିମିଟର ପର୍ଯ୍ୟନ୍ତ ଅବା ଏହାଠାରୁ କିଛି ଅଧିକ ଲମ୍ବ ହୋଇଥାଏ। ମାତ୍ର ଚାଇନାରେ ବାସ କରୁଥିବା ୟୁ ଜିଆନଶିୟା ନାମକ ଜଣେ ସୁନ୍ଦରୀ ମହିଳାଙ୍କ ଆଖିପତାର କେଶ ୧୨.୪ ସେଣ୍ଟିମିଟର ଅର୍ଥାତ୍‌ ୪.୮୮ ଇଞ୍ଚ( ୫ ଇଞ୍ଚ ପାଖାପାଖି) ଲମ୍ବ। ଏହା ଜିଆନଶିୟାଙ୍କ ପାଇଁ ପୃଥିବୀରେ ପରିଚିତି ଆଣି ଦେଇଛି। ତାଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନୀତ ହୋଇଛି। ସେ ଏହାକୁ କାଟିଲେ ମଧ୍ୟ ଏସବୁ ପୁଣି ବଢ଼ିବାରେ ଲାଗୁଥିବା ଜିଆନଶିୟା କହିଛନ୍ତି। ପୂର୍ବରୁ ଏହି ରେକର୍ଡ କାନାଡ଼ାର ଗିଲିୟନ୍‌ କ୍ରିମିନିସିଙ୍କ ନାମରେ ଥିଲା। ତାଙ୍କ ଆଖିପତା କେଶ ଲମ୍ବ ୮ ସେଣ୍ଟିମିଟରରୁ ଅଧିକ ଲମ୍ବ ଥିଲା।

Share