୫-ଟିରେ ସାମିଲ ହେଲା ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟ

ଖଣ୍ଡପଡ଼ା,୨୩ା୬(ଅଜୟ କୁମାର ମହାରଣା): ରାଜ୍ୟରେ ଥିବା ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ଏହି କ୍ରମରେ ଖଣ୍ଡପଡ଼ା ବ୍ଲକ ଅଧୀନ ଗୁଣ୍ଠୁଣି ପଞ୍ଚାୟତସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟଟି ୫-ଟି ରୂପାନ୍ତରଣ ଯୋଜନାରେ ସାମିଲ ହେବା ପରେ ସ୍ଥାନୀୟ ପଞ୍ଚାୟତବାସୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ପରିପ୍ରେକ୍ଷୀରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ରାଉତଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଖଣ୍ଡପଡା ବିଡିଓ ଅରୁଣିମା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃପାସିନ୍ଧୁ ପ୍ରଧାନ, ପଞ୍ଚାୟତ ଲୋକପ୍ରତିନିଧିମାନେ ଉପସ୍ଥିତ ରହି ବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ। ଉକ୍ତ ବିଦ୍ୟାଳୟର ପାରିପାର୍ଶ୍ୱିକ ଉନ୍ନତୀକରଣ ନିମନ୍ତେ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର...

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ...

Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ

ଇସଲାମବାଦ,୧୨।୪: ଥରିଲା ପାକ୍‌। ଶନିବାର ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ 5.8 ତୀବ୍ରତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image