ଭୁବନେଶ୍ୱର, ୩୦।୧୨ (ବ୍ୟୁରୋ):୧୯୮୮ ବ୍ୟାଚ୍ର ୫ଜଣ ଆଇପିଏସ୍ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ଅମିତାଭ ଠାକୁର, ସୁରେଶ ଦେବଦତ୍ତା ସିଂ, ରାଜେଶ କୁମାର, ରବି କାନ୍ତ ଏବଂ ଦୟାଲ ଗଙ୍ଗୱାର। ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଦୟାଲ ଗଙ୍ଗୱାର କେନ୍ଦ୍ରୀୟ ଡେପୁଟେଶନରେ ଥିବାରୁ ତାଙ୍କୁ ପ୍ରୋଫୋର୍ମା ପ୍ରୋମୋଶନ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।