Categories: ଜାତୀୟ

ଭାଜପାରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ଗୁଆହାଟୀ,୩ା୯: ବିହାରରେ ଭାଜପା ହାତଛାଡ଼ି ନୀତୀଶ କୁମାର ଆର୍‌ଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ ସରକାର ଗଢ଼ିଥିବାବେଳେ ମଣିପୁରରେ ତାଙ୍କ ଦଳକୁ ଶକ୍ତ ଝଟ୍‌କା ଲାଗିଛି। ସେଠାରେ ଜେଡିୟୁର ୬ ବିଧାୟକଙ୍କ ମଧ୍ୟରୁ ୫ ଜଣ ଶୁକ୍ରବାର ପଦ୍ମ ଧରିଛନ୍ତି। ମଣିପୁର ବିଧାନସଭା ପକ୍ଷରୁ ଜାରି ବିବୃତିରେ ଏହା କୁହାଯାଇଛି। ଜେଡିୟୁର ୫ ବିଧାୟକଙ୍କ ଭାଜପାରେ ଯୋଗଦାନକୁ ବାଚସ୍ପତି ଗ୍ରହଣ କରିଥିବା ବିଧାନସଭା ସଚିବ କେ. ମେଘଜିତ କହିଛନ୍ତି।

Share