Categories: ଜାତୀୟ

ଗୁଲାମଙ୍କ ଇସ୍ତଫା ପରେ ହାତ ଛାଡିଲେ ୫ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୨୬।୮: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଭଳି ସ୍ଥିତିରେ ଜମ୍ମୁ-କଶ୍ମୀରର ୫ଜଣ ପୂର୍ବତନ ବିଧାୟକ କଂଗ୍ରେସ ଛାଡିଛନ୍ତି। ସେମାନେ ହେଲେ ଜିଏମ୍‌ ସରୁରୀ, ହାଜି ଅବଦୁଲ ରାଶିଦ, ମହମ୍ମଦ ଅମୀନ ଭଟ୍ଟ, ଗୁଲଜାର ଅହମଦ ୱାନୀ ଏବଂ ଚୌଧୁରୀ ମହମ୍ମଦ ଅକରମ୍‌ କଂଗ୍ରେସର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ସେମାନେ ଗୁଲାମଙ୍କୁ ସମର୍ଥନ ଜଣାଇଛନ୍ତି । ୫ ପୂର୍ବତନ ବିଧାୟକ କଂଗ୍ରେସ ଟିକେଟରୁ ୨୦୧୪ରେ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।

ଅନ୍ୟପକ୍ଷେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସ ଛାଡିବା ପରେ ଜମ୍ମୁ-କଶ୍ମୀରରେ ନିଜର ଏକ ନୂତନ ଦଳ ଗଢ଼ିବେ କରିବେ ବୋଲି ଘୋଷଣା କରିଛନ୍ତି।

Share