କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବର ଯାତ୍ରୀ ପ୍ରସେଶନ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ ସେଠାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର ଯାତ୍ରୀ ହରିଚନ୍ଦନପୁର ଆସିଥିଲେ ଏବଂ କନ୍ୟା ପକ୍ଷ ଘର କେନ୍ଦୁଝର ପୁରୁଣାବଜାର ନିକଟ ବୈଦରାଜ ସାହିକୁ ଯାଉଥିଲେ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ଫ୍ଲାଇ ଓଭର ନିର୍ମାଣ ଦାବିରେ ରାସ୍ତାରୋକ କରିଛନ୍ତି। ପୋଲିସ ଫୋର୍ସ ମୁତୟନ ହୋଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।