Categories: ଜାତୀୟ

ସିରମ ଇନ୍‌ଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ: ୫ ମୃତ

ନୂଆଦିଲ୍ଲୀ,୨୧।୧: ମହାରାଷ୍ଟ୍ରର ପୁଣେସ୍ଥିତ ଦେଶରେ କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ ଇନ୍‌ଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ ଆୟତକୁ ଆସିବା ପରେ ମିଳିଛି ୫ ଜଣଙ୍କ ମର ଶରୀର। ଏ ନେଇ ପୁଣେ ମେୟର ମୁର୍ଲିଧର ମୋହୋଲ କହିଛନ୍ତି।

ମୃତକମାନେ ନିର୍ମାଣଧୀନ କୋଠାରେ କାମ କରୁଥବା ଆକଳନ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଅଗ୍ନକାଣ୍ଡ ପଛର କାରଣ ଜଣାପଡ଼ି ନାହିଁ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଟିକାର କ୍ଷୟକ୍ଷତି ହୋଇ ନ ଥିବା ସିରମ ଇନ୍‌ଷ୍ଟିଚ୍ୟୁ ପକ୍ଷରୁ କୁହାଯାଇଛି।

Share