Categories: ଜାତୀୟ

ଆସାମ ବନ୍ୟାରେ ୫ ଲକ୍ଷ ପ୍ରଭାବିତ

ଗୁଆହାଟୀ,୨୩ା୬: ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାଯୋଗୁ ୧୨ ଜିଲାର ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଉଦାଲଗୁରି ଜିଲା ଟାମୁଲପୁରର ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଦେଇଛି। ବକ୍ସା, ବାରପେଟା, ଚିରାଙ୍ଗ, ଡାରାଙ୍ଗ, ଧୁବ୍ରି, ଦିବ୍ରୁଗଡ଼, କାମରୁପ, କୋଖରାଝର, ଲଖିମପୁର, ନାଲବାରି, ସୋନିତପୁର ଏବଂ ଉଦାଲଗୁରି ଜିଲାର ୪,୯୫,୭୦୦ ଲୋକ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। କେବଳ ବାରପେଟାରେ ୩,୨୫,୬୦୦ ଲୋକ ପାଣି ଘେରରେ ଥିବାବେଳେ ନାଲବାରିରେ ୭୭,୭୦୦ ଏବଂ ଲଖିମପୁରରେ ୨୫,୭୦୦ ଲୋକ ପ୍ରଭାବିତ ହୋଇଛନ୍ତି।

Share