ଶ୍ରୀନଗର,୧୪।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ବରେରୀ ନାଲ୍ଲା ନିକଟ ଘାଟି ତଳକୁ ବୁଧବାର ଏକ ବସ୍ ଖସପଡିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ଏହସହ ସେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏପରିକି ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଉପରାଜ୍ୟପାଳ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
Saddened by loss of lives due to a road accident in Sawjian, Poonch. Condolences to bereaved families. May the injured recover soon. Rs. 5 lakh would be given to the next of kin of deceased. Directed Police and Civil authorities to provide best possible treatment to the injured.
— Office of LG J&K (@OfficeOfLGJandK) September 14, 2022