Categories: ଜାତୀୟ

ଘାଟି ତଳକୁ ବସ୍‌ ଖସିବା ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା

ଶ୍ରୀନଗର,୧୪।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ବରେରୀ ନାଲ୍ଲା ନିକଟ ଘାଟି ତଳକୁ ବୁଧବାର ଏକ ବସ୍‌ ଖସପଡିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ଏହସହ ସେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏପରିକି ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଉପରାଜ୍ୟପାଳ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Share