୫ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ ଅଫିସ,୬ା୧: କଟକ କଲେଜ ଛକ ନିକଟରେ ୨୦୧୯ରେ ଟ୍ରକ ଧକ୍କାରେ ମୃତ ଯୁକ୍ତ ୩ ଛାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଜ୍ୟ ସରକାର ପ୍ରଦାନ କରିବେ। ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍‌ଆର୍‌ସି)ରେ ଏନେଇ ଆଗତ ମାମଲାର ବିଚାର କରାଯାଇ ରାୟରେ ଗୁରୁବାର ଏହି ନିର୍ଦ୍ଦେଶ ଦିଆଯାଇଛି। ଟ୍ରକ ଧକ୍କାରେ ଛାତ୍ରୀ ଅନ୍ନପୂର୍ଣ୍ଣା ଚୌଧୁରୀଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟ ଆଇନଜୀବୀ ଶିବଶଙ୍କର ମହାନ୍ତି ଓଏଚ୍‌ଆର୍‌ସିରେ ମାମଲା ଦାୟର କରିଥିଲେ। ଏଥିସହ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଆଧୁନିକ ସଡ଼କ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଆୟୋଗଙ୍କ ପକ୍ଷରୁ ଦିଆଯାଇଛି।

Share