ଷ୍ଟିୟରିଂ ଛାଡ଼ିବେ ୫ ଲକ୍ଷ ଡ୍ରାଇଭର

ଭୁବନେଶ୍ୱର,୫ା୧(ଅନିଲ ଦାସ):କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି ଗୁରୁବାରଠାରୁ ପୁଣି ଥରେ ସମଗ୍ର ଦେଶରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ସମସ୍ତ ଡ୍ରାଇଭର ମଧ୍ୟ ସାମିଲ ହେବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାରଠାରୁ କେତେକ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡ଼ିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ। ଏ ନେଇ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଳି ସୂଚନା ଦେଇଛନ୍ତି। ରାଜ୍ୟର ପ୍ରାୟ ୫ରୁ ୬ଲକ୍ଷ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହେବେ। ଏହି ଆନ୍ଦୋଳନ ଫଳରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଦେଇଛି।
ପ୍ରଶାନ୍ତ କହିଛନ୍ତି ଯେ ସରକାର ଆମ ଦାବି ଶୁଣୁନାହାନ୍ତି। ୨୦୨୧ରୁ ପ୍ରତିଶ୍ରୁତି ଦେଇ ଆଜିପର୍ଯ୍ୟନ୍ତ ଭୁଆଁ ବୁଲାଉଛନ୍ତି। କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍‌ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍‌, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି। ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହେଁ। ଆଇନକୁ ଆମେ ସ୍ବାଗତ କରୁଛି। ମାତ୍ର ଲୋକମାନଙ୍କ ପାଇଁ ମଧ୍ୟ ସରକାର ଆଇନ କରନ୍ତୁ। ଦୁର୍ଘଟଣା ପରେ ଡ୍ରାଇଭର ଆହତଙ୍କୁ ହସ୍ପିଟାଲ ନେବେ। ଲୋକଙ୍କ ମାଡ ଭୟରେ ଜୀବନ ବଞ୍ଚାଇବା ଡ୍ରାଇଭର ଗାଡି ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି। ଜଣେ ଡ୍ରାଇଭର ମାସକୁ ୧୦ରୁ ୧୫ ହଜାର ଟଙ୍କା ପାଇବ।
ସେ କେମିତି ଏତେ ଟଙ୍କା ଭରଣା କରିବ। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଡ୍ରାଇଭର ପେଷାକୁ ଛାଡିବାକୁ ପଡିବ ବୋଲି ମେଣ୍ଡୁଳି କହିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ୧୦ଟି ଦାବି ଥିଲା। ସେଥିରୁ ଗୋଟିଏ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଲେ। ହେଲେ ଆଜି ପର୍ଯ୍ୟନ୍ତ ସେ ଦାବି ପୂରଣ ହୋଇ ପାରିଲା ନାହିଁ। ଏହାକୁ ବିରୋଧ କରି ସମଗ୍ର ରାଜ୍ୟରେ ଗୁରୁବାର ଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହେବ। ଯେଉଁ ଡ୍ରାଇଭରମାନେ ବାହାର ରାଜକୁ ଯାଇଛନ୍ତି ସେମାନଙ୍କ ପାଇଁ ଅପେକ୍ଷା କରାଯାଇଛି। ସେମାନେ ଘରେ ପହଞ୍ଚିଲେ ସମସ୍ତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେ।
ବୁଧବାର ଦିଲ୍ଲୀର ଜନ୍ତରମନ୍ତର ଠାରେ ଏନେଇ ସବୁ ରାଜ୍ୟର ଡ୍ରାଇଭର ସଂଘଗୁଡିକର ମିଳିତ ବୈଠକ ହୋଇଥିଲା। କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ସଂଶୋଧନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ମାତ୍ର ୨ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ଏବେ ଏହି ଆଇନ୍‌ ବିରୋଧରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇବା ସହ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି।
ହିଟ୍‌ ଆଣ୍ଡ ରନ ମାମଲାରେ ଥିବା ଦଣ୍ଡ ବ୍ୟବସ୍ଥାକୁ ଦେଶର ବିଭନ୍ନ ଭାଗରେ ବିରୋଧ କରାଯାଉଛି। ଓଡିଶା ରାଜ୍ୟ ଟ୍ରକ ମାଲିକ ଫେଡେରେଶନ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥି କହିଛନ୍ତି ଯେ ସଂଶୋଧିତ ଆଇନକୁ ଠିକ୍‌ ଭାବେ ନ ବୁଝି ଡ୍ରାଇଭରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି। ମାମଲାର ଗମ୍ଭୀରତାକୁ ଦେଖି ଆଇନ ଅନୁଯାୟୀ କୋର୍ଟ ଦଣ୍ଡ ବିଧାନ କରିଥାଆନ୍ତି। ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହି ଆଇନକୁ ନେଇ ଡ୍ରାଇଭରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଯାଉଛି। ତେବେ ଦଣ୍ଡ ପରିମାଣ ହ୍ରାସ କରିବାକୁ ସର୍ବଭାରତୀୟ ଟ୍ରକ ଫେଡେରେଶନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଡ୍ରଇଭରମାନଙ୍କ ଆନ୍ଦୋଳନକୁ ଆମେ ବାଧ୍ୟ ହୋଇ ସମର୍ଥନ କରିବୁ ବୋଲି ସେ କହିଛନ୍ତି।
ରାଜ୍ୟ ଘରୋଇ ବସ ମାଲିକ ସଂଘ ମୁଖ୍ୟପାତ୍ର ଦେବାଶିକ ନାୟକ କହିଛନ୍ତି ଯେ ହିଟ ଆଣ୍ଡ ରନ ମାମଲାରେ ଅଧିକ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଏହାକୁ ସଂଘ ବିରୋଧ କରିବ। ଏହାଦ୍ୱାରା ଗାଡି ଚଳାଇବା ପାଇଁ ଡ୍ରାଇଭର ଅଭାବ ଦେଖା ଦେବ। ଦଣ୍ଡକୁ ଦେଖି ଡ୍ରାଇଭରମାନେ ଆଉ ଗାଡି ଚଳାଇବାକୁ ରାଜି ହେବେ ନାହିଁ। ହିଟ ଆଣ୍ଡ ରନ ମାମଲାରେ ସାଧାରଣଙ୍କ ଆକ୍ରୋସରୁ ବର୍ତ୍ତିବା ପାଇଁ ଡ୍ରାଇଭର ଗାଡି ଛାଡି ପଳାଇଲେ ମଧ୍ୟ ଦଣ୍ଡ ବିଧାନରୁ ଖସି ପାରିବେ ନାହିଁ। ସଂଶୋଧିତ ଆଇନରେ ଥିବା ଦଣ୍ଡକୁ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ସଂଘ ପକ୍ଷରୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri