ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ

ଭଦ୍ରକ ଅଫିସ,୩୧।୧୨: ଭଦ୍ରକ ଜିଲା ବନ୍ତ ବ୍ଲକ ପରିସରରେ ବ୍ଲକସ୍ତରୀୟ ମିଶନଶକ୍ତି ଋଣମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ଜିଲା ପ୍ରୋଜେକ୍ଟ ମ୍ୟାନେଜର ସଞ୍ଜୟ ବାରିକଙ୍କ ସଂଯୋଜନାରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲାପାଳ ସିଦ୍ଧେଶ୍ୱର ବଳିରାମବୋନ୍ଦର, ବିଡିଓ ପ୍ରଦୀପ୍ତ ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ବାଇଁ, ନାବାର୍ଡ ମ୍ୟାନେଜର ଜିତେନ୍ଦ୍ର ସାହୁ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ନାଗେଶ୍ୱର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅଧିକାରୀମାନେ ମହିଳା ସଶକ୍ତୀକରଣ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସରକାର ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବାର ସୁବିଧା କରିଥିବା କହିଥିଲେ। ଉକ୍ତ ଟଙ୍କାରେ ଛୋଟ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ସହିତ ଆର୍ଥିକ ସଶକ୍ତ ହୋଇପାରିବେ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।

Share