Categories: ଜାତୀୟ

କଶ୍ମୀରରେ ୫ ଲକ୍ଷ ନୂଆ ଭୋଟର

ଶ୍ରୀନଗର,୨୭।୧୧: ଜମ୍ମୁ-କଶ୍ମୀରରେ ବାହାର ଲୋକଙ୍କୁ ବିରୋଧ ସତ୍ତ୍ୱେ ଏହି କେନ୍ଦ୍ରଶାସିତ ଅଞ୍ଚଳ ଭୋଟର ତାଲିକାରେ ୫.୧ ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଭୋଟର ତାଲିକା ସଂଶୋଧନ ବେଳେ ଲଦାଖ ସହ ଜମ୍ମୁ-କଶ୍ମୀର ରାଜ୍ୟରେ ଭୋଟର ସଂଖ୍ୟା ୧.୮ ଲକ୍ଷ ବଢ଼ିଥିଲେ। ରାଜ୍ୟରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଠିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁଯାୟୀ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ଭୋଟର ସଂଖ୍ୟା ୮୩,୫୯,୭୭୪ରେ ପହଞ୍ଚତ୍ଛି, ଯାହାକି ୨୦୧୯ ଲୋକ ସଭା ନିର୍ବାଚନ ବେଳେ ୭୮,୪୪,୮୮୭ ଥିଲା। ଅନ୍ୟପକ୍ଷରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ସଂଖ୍ୟା ୬.୯ ଲକ୍ଷ ବଢ଼ିଥାଇପାରେ ବୋଲି କୁହାଯାଉଛି। ଜମ୍ମୁ-କଶ୍ମୀର ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ସଂଶୋଧନରେ ୧୧ ଲକ୍ଷରୁ ଅଧିକ ନୂଆ ଭୋଟର ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ରୁ ୧୯ ବର୍ଷ ବୟସ ବର୍ଗର ୩,୦୧,୯୬୧ ଭୋଟର ଅଛନ୍ତି।

Share