ପିପିଲି ଥାନା ସମ୍ମୁଖରୁ ମହିଳାଙ୍କଠୁ ଝାମ୍ପି ନେଲେ ସାଢ଼େ ୫ ଲକ୍ଷ

ପିପିଲି,୧୨।୯: ପିପିଲି ଥାନା ସମ୍ମୁଖରୁ ମହିଳାଙ୍କଠୁ ଝାମ୍ପି ନେଲେ ସାଢ଼େ ୫ ଲକ୍ଷ ଟଙ୍କା। ୨ ଜଣ ହେଲମେଟ୍‌ ପିନ୍ଧି ବାଇକ୍‌ରେ ଆସି ଟଙ୍କା ଝାମ୍ପି ନେଇ ଚମ୍ପଟ୍‌ ମାରିଛନ୍ତି। ମହିଳାମାନେ ଏସ୍‌ବିଆଇରୁ SHG ଟଙ୍କା ଉଠାଇ ଗାଡ଼ି ପାଖକୁ ଆସିବା ବେଳେ ଏହି ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଲୁଟେରାମାନେ ମୋଟ ୫ ଲକ୍ଷ ୫୮ ହଜାର ଟଙ୍କା ନେଇ ଯାଇଥିବା ଥାନାରେ ଏତଲା ଦିଆଯାଇଛି।

Share