ଜନ୍ମ ହେଲା ଅଜବ ମେଣ୍ଢା ଛୁଆ: ଦେଖିବାକୁ ଲୋକଙ୍କ ଭିଡ଼

ଲଣ୍ଡନ,୧୫।୩:ବ୍ରିଟେନର ମରପେଥରେ ଏକ ଅଜବ ମେଣ୍ଢା ଜନ୍ମ ହୋଇଛି। ଏହି ମେଣ୍ଢାର ପାଞ୍ଚ ଗୋଡ ଅଛି। ତାର ପଞ୍ଚମ ଗୋଡ ବାମ ପାର୍ଶ୍ୱରେ ଅଛି। ଏହା ଏକ ବିରଳ ମେଣ୍ଢା ବୋଲି କୁହାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଏହି ମେଣ୍ଢା ଶାବକ ମରପେଥର ହ୍ବାଇଟ ହାଉସରେ ଜନ୍ମଗ୍ରହଣ କରିଥିଲା। ଏହି ବିରଳ ମେଣ୍ଢା ଶାବକଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।
ମେଣ୍ଢା ଜନ୍ମ ନେଇଥିବା ଫାର୍ମ ହାଉସର ମାଲିକ ହେଥର ହୋର୍ଗାଦି କହିଛନ୍ତି, ପ୍ରାୟ ଦଶ ବର୍ଷ ପୂର୍ବେ ଏକ ପାଞ୍ଚ ଗୋଡ ଥିବା ମେଣ୍ଢା ଛୁଆ ଜନ୍ମ ନେଇଥିଲା। ଯାହାର ନାମ ସେ କ୍ୱିଣ୍ଟୋ ନାମ ଦେଇଥିଲେ। କ୍ୱିଣ୍ଟୋ ଦୀର୍ଘ ଦିନ ପର୍ଯ୍ୟନ୍ତ ଜୀବନ୍ତ ଏବଂ ସୁସ୍ଥ ଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ଗୋଡକୁ ବାହାର କରାଯାଇଥିଲା। ଏଥର ମଧ୍ୟ ନୂଆ ମେଣ୍ଢା ଶାବକର ଯତ୍ନ ନିଆଯାଉଛି। ପ୍ରତି ମିନିଟରେ ତା’ ଉପରେ ନଜର ରଖୁଛୁ ବୋଲି ସେ କହିଛନ୍ତି।
ଏହିପରି ପାଞ୍ଚ ଗୋଡ଼ିଆ ମେଣ୍ଢା ପ୍ରତି ୧୦ ଲକ୍ଷରେ ଗୋଟିଏ ଜନ୍ମ ହୁଏ ବୋଲି କୁହାଯାଉଛି। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଛତିଶଗଡର ରାଜନନ୍ଦଗାଓଁରେ ଗୋଟିଏ ବାଛୁରୀ ଜନ୍ମ ହୋଇଥିଲା, ଯାହାର ତିନୋଟି ଆଖି ଥିଲା। ଲୋକମାନେ ଏହାକୁ ଭଗବାନ ଶିବଙ୍କ ଅବତାର ବୋଲି କହିଥିଲେ।
ଡିସେମ୍ବର ୨୦୨୧ରେ, ଆସାମର କଚ୍ଛ ଜିଲାର ଧୌଲାଇ ବିଧାନସଭା କ୍ଷେତ୍ରର ଗଙ୍ଗା ନଗର ଗାଁରେ ଏକ ଛେଳି ମନୁଷ୍ୟ ପରି ଶିଶୁକୁ ଜନ୍ମ ଦେଇଥିଲା। ଏହି ଶିଶୁର ଦୁଇ ଗୋଡ ଏବଂ କାନ ବ୍ୟତୀତ ଶରୀରର ଅନ୍ୟ ଅଂଶ ମଣିଷ ପିଲା ପରି ଥିଲା। ତେବେ ଜନ୍ମର ଅଧ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା।

Share