Categories: ଜାତୀୟ

ଭୂସ୍ଖଳନରେ ୪ ଶିଶୁଙ୍କ ସମେତ ୫ ଜୀବନ ଗଲା

ଶିମଲା,୨୬।୯: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏରାସ୍ତ ପଞ୍ଚାୟତର ରାକ୍ସୋଡି ଗ୍ରାମରେ ଭୂସ୍ଖଳନ ଯୋଗୁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ସମସ୍ତ ସଦସ୍ୟ ଘରେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ପାଇବା ମାତ୍ରେ ଗ୍ରାମବାସୀ ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେତେବେଳକୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା।

Share