ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୩୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ପୋଲିସ ନିକଟରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତିି। ଡିଏକେଏମ୍‌ଏସ୍‌ ଅଧ୍ୟକ୍ଷ ତଥା ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଙ୍ଗୁ ପୋଡାମ, ପାଇକୁ ତେଲା. ମୀନା ତେଲାମ, ରାଜୁ ତେଲାମ ଓ ମଲ୍ଲେକ ପୋଡାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ କହିଛନ୍ତି, ମାଓବାଦୀଙ୍କ ମଧ୍ୟରେ ଭେଦଭାବ ଚାଲିଥିବାରୁ ସେଥିରେ ସେମାନେ ଅତିଷ୍ଠ ହେବା ସହ ସରକାରଙ୍କ ଶାସନ ଓ ନୀତିରେ ପ୍ରଭାବିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ପୋଲିସ ପକ୍ଷରୁ ୫ ଜଣଙ୍କୁ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବା ସହ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ।

Share