Categories: ଖେଳ

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ପଦକ

ଭୁବନେଶ୍ୱର,୪ା୧୨(ସରୋଜ ଜେନା): ନେପାଳରେ ଅନୁଷ୍ଠିତ ସାଉଥ୍‌ ଏସିଆ କରାଟେ ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀଙ୍କୁ ସଫଳତା। ଓଡ଼ିଶାରୁ ସମୁଦାୟ ୫ ଜଣ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶା ଦୁଇ ସ୍ବର୍ଣ୍ଣ ପଦକ ସହିତ ୫ ପଦକ ବିଜୟୀ ହୋଇଛନ୍ତି। ଏହା ସହିତ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପ୍ରଥମ ଦିନରେ ୨୧ ବର୍ଷରୁ କମ୍‌ ବୟସ ବର୍ଗରେ ସୁରୋମିତା ଓ ସୁମନ ଶେଖର ସ୍ବର୍ଣ୍ଣ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଆଉ ୩ ପଦକ ଜିତିଛନ୍ତି। ଭାଲେନା ଭାଲେଣ୍ଟିନା ଓ ସୁରମିତା ସିହ୍ନାଙ୍କ ମହିଳା କାଟା ଟିମ୍‌ ରୌପ୍ୟ ପଦକ ହାସଲ କରିଥିଲେ। ମହିଳା ୫୦ କିଗ୍ରା ଫାଇଟିଂରେ ଲୋମା ସ୍ବାଇଁ ରୌପ୍ୟ ପଦକ ବିଜୟୀ ହୋଇଥିବା ବେଳେ ୭୬+ କିଗ୍ରା ଫାଇଟିଂରେ ଓଡ଼ିଶା ପ୍ରତିଯୋଗୀ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଖେଳାଳିଙ୍କ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। ସଫଳତା ପାଇଁ ରାଜ୍ୟ କରାଟେ ସଂଘ ପକ୍ଷରୁ ଖେଳାଳି ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Share