Categories: ଖେଳ

ଜାତୀୟ ଶକ୍ତି ଉତ୍ତୋଳନରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡ଼ଠାରେ ବୁଧବାର ଶେଷ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ଟି ପଦକ ମିଳିଛି। ଓଡ଼ିଶା ମହିଳା ଦଳ ଓଭରଅଲ୍‌ ରନରଅପ୍‌ ହୋଇଛି। ତନୟା ପଣ୍ଡା ୮୪, ସ୍ବାଗତିକା ଖଟେଇ ୬୯ ଓ ପ୍ରଭାତି ସିଂ ୫୨ କେଜି ବର୍ଗରେ ରୌପ୍ୟ ପଦକ ପାଇଥିବାବେଳେ ଦୀପକ କୁମାର ନାୟକ ୯୩ ଓ ଧନମଣି ଟୁଡୁ ୪୭ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତନୟା ପଣ୍ଡା ସ୍କ୍ବାଟ୍‌ରେ ୧୩୫ କେଜି (୩ୟ), ବେଞ୍ଚ ପ୍ରେସ୍‌ରେ ୭୫ (ପ୍ରଥମ) ଓ ଡେଡ୍‌ ଲିଫ୍ଟରେ ୧୫୦ (୩ୟ ସ୍ଥାନ) କେଜି ଉଠାଇ ଥିବାବେଳେ ସ୍ବାଗତିକା ଖଟେଇ ସ୍କ୍ବାଟ୍‌ରେ ୧୩୫ (୨ୟ), ଡେଡ୍‌ଲିଫ୍ଟରେ ୧୬୭.୫ (୨ୟ) ଓ ବେଞ୍ଚ୍‌ ପ୍ରେସ୍‌ରେ ୬୦ (୨ୟ) କେଜି ଉଠାଇଛନ୍ତି।

ସେହିପରି ପ୍ରଭାତି ସିଂ ସ୍କ୍ବାଟ୍‌ରେ ୧୩୦ (୩ୟ), ବେଞ୍ଚ୍‌ ପ୍ରେସ୍‌ରେ ୬୦(୨ୟ), ଡେଡ୍‌ ଲିଫ୍ଟରେ ୧୩୦ (୩ୟ) କେଜି, ଦୀପକ କୁମାର ସ୍କ୍ବାଟ୍‌ରେ ୨୫୨.୫, ବେଞ୍ଚ୍‌ ପ୍ରେସ୍‌ରେ ୧୪୨.୫, ଡେଡ୍‌ ଲିଫ୍ଟରେ ୨୮୦ କେଜି ଉଠାଇଥିଲେ। ଧନମଣି ଟୁଡୁ ସ୍କ୍ବାଟ୍‌ରେ ୧୦୦, ବେଞ୍ଚ୍‌ ପ୍ରେସ୍‌ରେ ୫୭ ଓ ଡେଡ୍‌ ଲିଫ୍ଟରେ ୧୨୦ କେଜି ଉତ୍ତୋଳନ କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ ଶକ୍ତି ଉତ୍ତୋଳକମାନେ ଉଚ୍ଚ ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାସହ କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share