ଇସଲାମାବାଦ୍, ୮ା୩: ପାକିସ୍ତାନରେ ଏକ ହିନ୍ଦୁ ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ମୃତକଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଜଣାଯାଇଛି। ରହିମ ୟାର ଖାନ୍ ସହରରୁ ୧୫ କିମି ଦୂର ଆବୁ ଧାବି କଲୋନୀରେ ଥିବା ଉକ୍ତ ଘରୁ ପୋଲିସ ଟାଙ୍ଗିଆ, ଛୁରି ଆଦି ଜବତ କରିଛି। ମୃତକଙ୍କ ମଧ୍ୟରୁ ଜଣେ ହେଲେ ରାମ ଚାନ୍ଦ (୩୫) ଓ ତାଙ୍କର ଏକ ପୋଷାକ ସିଲେଇ ଦୋକାନ ରହିଥିଲା ବୋଲି ସ୍ଥାନୀୟ ସାମାଜିକ କର୍ମୀ ବିରବଲ ଦାସ ସୂଚନା ଦେଇଛନ୍ତି।