Categories: ଜାତୀୟ

ଗୋଟିଏ ବାଇକ୍‌ରେ ଆସୁଥିଲେ ପରିବାରର ୫ ସଦସ୍ୟ, ସମସ୍ତଙ୍କର ମୃତ୍ୟୁ

ପ୍ରୟାଗରାଜ, ୨୪।୬: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍‌ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଘଟିଛି ।

ଜୌନପୁରରେ ରହୁଥିବା ଏକ ପରିବାର ବାହାଘର ସାରି ବାଇକ୍‌ ଯୋଗେ ପ୍ରୟାଗରାଜର ସରାୟମରେଜ୍‌ କୁ ଫେରୁଥିଲେ । ବାଇକ୍‌ରେ ପରିବାରର ସମସ୍ତ ୫ ଜଣ ସଦସ୍ୟ ଥିଲେ । ମଝି ରାସ୍ତାରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମା, ସ଼୍ବାମୀ-ସ୍ତ୍ରୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ୍‌ ସେଠାରେ ପହଞ୍ଚିବା ସହିତ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସହ ଡ୍ରାଇଭରକୁ ପୋଲିସ୍‌ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଅନ୍ତିମ ସଂସ୍କାର ତ଼୍ବରାନ଼୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share