Categories: ଜାତୀୟ

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟକୁ ଓ୍ବାଇ-ବ୍ରେକ୍‌ ଆପ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ କିଭଳି ଏହି ଆପ୍‌କୁ ସମସ୍ତ କର୍ମଚାରୀ ଡାଉନଲୋଡ୍‌ କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ଏହି ଆପ୍‌କୁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି। ଏହି ଆଣ୍ଡ୍ରଏଡ୍‌ ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍‌ କରାଯାଇ ପାରିବ। କର୍ମକ୍ଷେତ୍ରରେ ଯୋଗ ବ୍ରେକ୍‌ ଦ୍ୱାରା ଶାରୀରିକ କ୍ଷମତା ବଢ଼ିବା ସହିତ କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ହୋଇପାରିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ସହିତ କାର୍ଯ୍ୟ ଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ଓ ବିସାଦ ଦୂର ହୋଇ ପାରିବ।

Share