ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ ଏବଂ ଏମ୍ପିମାନଙ୍କ ସହ ଆସାମ ଗସ୍ତରେ ଅଛନ୍ତି। ଏଠାରେ ସେ ଗୁଆହାଟୀର କାମାକ୍ଷୀ ଦେବୀଙ୍କ ମନ୍ଦିର ପରିଦର୍ଶନ କରିବେ। ଶିନ୍ଦେଙ୍କ ଗୋଷ୍ଠୀର ବିଧାୟକ ଏବଂ ଏମ୍ପିମାନଙ୍କ ସହିତ ସ୍ବାଧୀନ ବିଧାୟକ ମଧ୍ୟ ଏଥିରେ ସାମିଲ ଅଛନ୍ତି।
ତେବେ ୫ ବିଧାୟକ ଜଣେ ଏମ୍ପି ଏଥିରେ ସାମିଲ ହୋଇ ନାହାନ୍ତି। ସେମାନେ ଶିନ୍ଦେ ଗୋଷ୍ଠୀଠାରୁ ଦୂରେଇବା ଆରମ୍ଭ କରିଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।