ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୫ ଜିଲାକୁ ଅରେଞ୍ଜ ୱାର୍ନିିଂ

ବନେଶ୍ବର ୧୨।୬: ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାର ପ୍ରଭାବରେ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ୫ ଦିନ ଯାଏ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଅରେଞ୍ଜ ୱାର୍ନିିଂ ଜାରି କରାଯାଇଛି । ସୋମବାର ପାଇଁ ୧୫ ଜିଲାକୁ ଅରେଞ୍ଜ ପାଣିପାଗ ବିଭାଗ ୱାର୍ନିିଂ ଜାରି କରିଛି । ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବରଗଡ଼, ନୟାଗଡ଼, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲାକୁ   ୱାର୍ନିିଂ ଜାରି କରାଯାଇଛି ।
Share