ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍‌

ସମ୍ବଲପୁର,୪।୮: ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍‌ ଶୁକ୍ରବାର ଖୋଲିଛି। ପୂର୍ବରୁ ୨ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ୫ଟି ଗେଟ ଖୋଲିବା ପରେ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଗେଟ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା। ଗେଟ ଖୋଲିବା ପରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଥିଲେ।

Share