ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରବିବାର ଟ୍ରାଫିକ ପରିଚାନାରେ ଆଉ ୫ଟି ମୋବାଇଲ ବାଇକ ସାମିଲ କରାଯାଇଛି। ଭୁବନେଶ୍ୱରରେ ୨ଟି ଓ କଟକରେ ୩ଟି କାର୍ଯ୍ୟ କରିବ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦ୍ଘାଟନ କରି କହିଲେ, ପୂଜାରେ ଜନସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପାଇଁ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ କରିବା ବଡ଼ ଚ୍ୟାଲେଞ୍ଜ ହେବ। ଟ୍ରାଫିକ୍ ମୋବାଇଲ ବାଇକରେ ସାଇରନ ଓ ଲାଇଟ ରହିଛି। ରାତିରେ ଏହି ବାଇକ ଜଣାପଡ଼ିବ। ପୂଜାରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଏହି ବାଇକ ସହାୟକ ହେବ ବୋଲି ସେ କହିଛନ୍ତି।