ମାଙ୍ଗାଲୋର,୨୦।୬: କର୍ନାଟକ ହାମପାନକଟ୍ଟାର ୟୁନିଭର୍ସିଟି କଲେଜର ୫ଜଣ ମୁସଲମାନ ଛାତ୍ରୀ ସୋମବାର ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ପାଇଁ ଆବେଦନ କରିଛନ୍ତି। ଅନ୍ୟ କଲେଜରେ ନାମ ଲେଖିବା ଲାଗି ଛାତ୍ରୀମାନେ ଟିସି ଆବେଦନ କରିଥିବା ଜଣାପଡ଼ିଛି। ଯେଉଁ କଲେଜରେ ହିଜାବ ପରିଧାନ ପାଇଁ ଅନୁମତି ଦିଆଯାଉଥିବ ସେହି କଲେଜରେ ଛାତ୍ରୀମାନେ ନାମ ଲେଖାଇବା ପାଇଁ ଟିସିି ଆବେଦନ କରିଥିବା ନେଇ କଲେଜ ପ୍ରିନ୍ସିପାଲ ଅନସୁୟା ରାଓ କହିଛନ୍ତି। ପୂର୍ବରୁ କ୍ଲାସରୁମରେ ହିଜାବ ପିନ୍ଧିବାକୁ ଛାତ୍ରୀମାନଙ୍କୁ ବାରଣ କରାଯାଇଥିଲା। ଏହାପରେ ଯେଉଁ ଛାତ୍ରୀମାନେ ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେମାନଙ୍କୁ ଅନ୍ୟ କଲେଜରେ ନାମ ଲେଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମାଙ୍ଗାଲୋର ୟୁନିଭର୍ସିଟି ଭାଇସ୍-ଚାନ୍ସେଲର ପିଏସ୍ ୟାଦାପାଦିଥାୟା କହିଥିଲେ। ସୂଚନା ମୁତାବକ, କଲେଜ କର୍ତ୍ତୃପକ୍ଷ ହିଜାବ ପିନ୍ଧିବା ପାଇଁ ମନା କରିବା ପରେ ରାଜ୍ୟବ୍ୟାପୀ ସୁମଲମାନ ଛାତ୍ରୀମାନେ ପ୍ରତିବାଦ କରିଥିଲେ।