Advertisement

ଲଦାଖରେ ଗଠନ ହେଲା ୫ ନୂଆ ଜିଲା

ନୂଆଦିଲ୍ଲୀ,୨୬ା୮: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲା ଗଠନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୫ ଜିଲା ଗଠନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଜିଲାଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗ୍‌ଥାଙ୍ଗ୍‌।

ଶାହା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ଏକ ପୋଷ୍ଟ କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ଏକ ବିକଶିତ ତଥା ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ,ଏମ୍‌ଏଚ୍‌ଏ ୟୁନିଅନ ଅଞ୍ଚଳରେ ପାଞ୍ଚଟି ନୂଆ ଜିଲା ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଜିଲାଗୁଡ଼ିକ ପ୍ରତ୍ୟେକ ଦ୍ୱାରରେ ଶାସନକୁ ସୁଦୃଢ଼ କରି ଲୋକଙ୍କ ଦ୍ୱାର ଦେଶରେ ପହଞ୍ଚାଇ ପାରିବ।

ଲଦାଖର ଲୋକଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

&nbsp

Share